ପୁରୀରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ୍ କଂଟ୍ରୋଲ ସେଣ୍ଟର ପରିଦର୍ଶନ କଲେ ପୁଲିସ୍ ମହାନିର୍ଦ୍ଦେଶକ

ଭୁବନେଶ୍ବର: ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଓଡ଼ିଶା ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଅବସରରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଗୁରୁବାର ପୁରୀରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ୍ କଂଟ୍ରୋଲ ସେଣ୍ଟର ପରିଦର୍ଶନ କରିଛନ୍ତି। ଏଠାରେ ସମସ୍ତ ବ୍ୟବସ୍ଥାକୁ ଟିକିନିଖି ତନଖି କରିବା ସହ ଭକ୍ତଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଡିଜିପି।
Powered by Froala Editor