ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ଵର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଦିବସ। ଭଦ୍ରକ , ପିପିଲି ଏବଂ ନବରଙ୍ଗପୁରରେ ମଧ୍ୟ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। ଭଦ୍ରକ କାର୍ଯ୍ୟକ୍ରମରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏବଂ ବିଶିଷ୍ଠ ପ୍ରବଚକ ସାମିଲ ହୋଇଥିଲେ। ଅନ୍ୟପଟେ ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ମୁଖ୍ୟବକ୍ତା ଶିକ୍ଷାବିତ ଡଃ. ବିଜୟ କୁମାର ମିଶ୍ର,ସମ୍ମାନୀତ ଅତିଥି କବି ବିଜୟ ଚୌଧୁରୀ, ପ୍ରଦ୍ଭାସିନୀ ମହାନ୍ତି ଯୋଗ ଦେଇ ପୁଣ୍ୟାତ୍ମାଙ୍କର ତ୍ୟାଗପୁତ ଜୀବନୀ ତ୍ୟାଗ ସଂପର୍କରେ ଆଲୋଚନା କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ । ଏହି ଅବସର ରେ ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ବହୁ ବୁଦ୍ଧିଜୀବୀ, ସମାଜ ସେବୀ, ଶିକ୍ଷକ ଶିକ୍ଷୟତ୍ରୀ, ସାମ୍ବାଦିକ ଓ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ । ସମାଜ ର ଜିଲ୍ଲା ପ୍ରତିନିଧି ବାଙ୍କ ବିହାରୀ ବିଷୋୟୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Powered by Froala Editor