କ୍ରିକେଟ୍ ଟିମ୍ କିଣିଲେ ସଲମାନ୍

ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଏବେ ଆଇଏସପିଏଲ୍ ନୂଆଦିଲ୍ଲୀ ଫ୍ରାଞ୍ଚାଇଜର ମାଲିକ ହୋଇଛନ୍ତି । ଦେଶର ପ୍ରଥମ ଓ ସବୁଠୁ ବଡ଼ ଟେନିସ୍-ବଲ୍ ଟି-୧୦ କ୍ରିକେଟ ଲିଗ୍ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ ୩ୟ ସିରିଜରେ ଏହି ବଡ଼ ଘୋଷଣା କରିଛି ।
ଏ ନେଇ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ସଲମାନ କହିଛନ୍ତି, ପ୍ରତି ଗଳିରେ କ୍ରିକେଟକୁ ଲୋକେ ପସନ୍ଦ କରନ୍ତି । ଆଇଏସପିଏଲ ସହିତ ଯୋଡ଼ି ହୋଇ ମୁଁ ଅତ୍ୟନ୍ତ ସୁଖୀ । ଭିଡିଓ ଶେୟାର କରି ସଲମାନ ଦେଖିଛନ୍ତି, ସ୍ୱାଗତ ନହି କରୋଗେ ଦିଲ୍ଲୀକା ଓନର କା… । ଟିମ କିଣିବା ନେଇ ନିଜେ ସଲମାନ ଖାନ୍ ସୋସିଆଲ ମିଡିଆରେ ଆନାଉନ୍ସମେଣ୍ଟ କରିଛନ୍ତି ।
Powered by Froala Editor