ଅଲଗା ହେଲେ ଅକ୍ଷରାଙ୍କ ଅନସ୍କ୍ରିନ୍ ବାପା-ମାଆ

ନିକଟରେ ଜଣେ ଅଭିନେତ୍ରୀ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଅଭିନେତ୍ରୀଜଣକ ହେଉଛନ୍ତି ଲୋକପ୍ରିୟ ଧାରାବାହିକ ୟେ ରିସ୍ତା କ୍ୟା କେହଲାତା ହେର ଅଭିନେତ୍ରୀ ଲତା ସବ୍ରୱାଲ। ସେ ବିବାହର ୧୫ବର୍ଷ ପରେ ସ୍ବାମୀ ତଥା ଅଭିନେତା ସଞ୍ଜୀବ ସେଠ୍ଙ୍କଠାରୁ ଅଲଗା ହୋଇଥିବା ଘୋଷଣା କରିଛନ୍ତି।
ପ୍ରଶଂସକମାନେ ଅକ୍ଷରାଙ୍କ ପିତାମାତା ଭାବରେ ଉଭୟଙ୍କ ଭୂମିକାକୁ ପସନ୍ଦ କରିଥିଲେ। ଏବେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଶୋ'ରେ ଉଭୟ ହିନା ଖାନ ଅର୍ଥାତ୍ ଅକ୍ଷରାଙ୍କ ଅନସ୍କ୍ରିନ୍ ପିତାମାତା ରାଜଶ୍ରୀ ଏବଂ ବିଶମ୍ବର ମାହେଶ୍ୱରୀଙ୍କ ଭୂମିକାରେ ଅଭିନୟ କରିଥିଲେ।ଅଭିନେତ୍ରୀଜଣକ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀ ସଞ୍ଜୀବ ସେଠଙ୍କଠାରୁ ଅଲଗା ହୋଇଯାଇଛନ୍ତି।
ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, "ଦୀର୍ଘ ଦିନର ନୀରବତା ପରେ, ମୁଁ ଘୋଷଣା କରୁଛି ଯେ ମୁଁ (ଲତା ସବରୱାଲ) ମୋ ସ୍ୱାମୀ (ସଞ୍ଜୀବ ସେଠ)ଙ୍କଠାରୁ ଅଲଗା ହୋଇସାରିଛି। ମୋତେ ଏକ ସୁନ୍ଦର ପୁଅ ଦେଇଥିବାରୁ ମୁଁ ତାଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ। ମୁଁ ପ୍ରାର୍ଥନା କରୁଛି ଯେ ତାଙ୍କର ଆଗକୁ ଏକ ସୁଖୀ ଏବଂ ସମୃଦ୍ଧ ଜୀବନ ହେଉ। ମୁଁ ସମସ୍ତଙ୍କୁ ବିନମ୍ର ଭାବରେ ଅନୁରୋଧ କରୁଛି ଯେ, ଏହି ପ୍ରସଙ୍ଗରେ କୌଣସି ପ୍ରଶ୍ନ ପଚାରିବାକୁ ଫୋନ୍ ନ କରନ୍ତୁ।"
ଉଲ୍ଲେଖଯୋଗ୍ୟ, ‘ୟେ ରିସ୍ତ କ୍ୟା କେହଲାତା ହେ’ର ସୁଟିଂ ସମୟରେ ଲତା ସବରୱାଲ ଏବଂ ସଞ୍ଜୀବ ସେଠ ପରସ୍ପରର ପ୍ରେମରେ ପଡ଼ିଥିଲେ। ଯାହା ପରେ ଉଭୟ ୨୦୧୦ ମସିହାରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ମଧ୍ୟ ଅଛି।
Powered by Froala Editor