ନବୀନଙ୍କ ସୁସ୍ଥତା ପାଇଁ ଶିବ ମନ୍ଦିରରେ ପୂଜାର୍ଚ୍ଚନା
ରାମନାଗୁଡା: ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁସ୍ଥତା ପାଇଁ ଦେଉଳାସ୍ଥିତ ନୀଳକଣ୍ଠେଶ୍ବରଙ୍କ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଦଳର ନେତା ଓ କର୍ମୀ। ଶତାଧିକ ଦଳୀୟ ନେତା ଓ କର୍ମୀ ମନ୍ଦିର ପରିସରରେ ଦୀପ ଦାନ କରି ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ଆଶିଷ ଭିକ୍ଷା କରିଥିଲେ। ଏଥିରେ ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ, ସଞ୍ଜୟ ପ୍ରଧାନ, ଜଗଦୀଶ ନାୟକ ବେହେରା, ଲକ୍ଷ୍ମୀ କାଡ୍ରାକା, କମଳଲୋଚନ ମୁଟ୍ଟିକା, ଦିଲ୍ଲୀପ ନାୟକ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ, ହେମାରାଓ କଂସ ବେହେରା, ବାବୁ ମହାରଣା, ବନମାଳୀମହାରଣା, ରାଜୁ ମାଣ୍ଡାଙ୍ଗି, ରଞ୍ଜନ ନାୟକ ବେହେରା, ମୁକୁନ୍ଦ ପାଣି, ପ୍ରଶାନ୍ତ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor