ଭାବୀ ବୋହୂକୁ ନେଇ ଫେରାର ହେଲା ଶ୍ବଶୁର

ରାମପୁର : ଉତ୍ତର ପ୍ରଦେଶର ରାମପୁର ଜିଲାରେ ଜଣେ ବ୍ୟକ୍ତି ପୁଅ ବାହାଘର ଚୂଡାନ୍ତ କରିସାରିଥିଲେ ସୁଦ୍ଧା ବିବାହ ପୂର୍ବରୁ ଭାବୀ ବୋହୂକୁ ନେଇ ଫେରାର ହୋଇଥିବା ଜଣାପଡିଛି। ସକିଲ ନାମକ ଏହି ବ୍ୟକ୍ତି ଶାବାନାଙ୍କୁ ବିବାହ କରିଥିବାବେଳେ ସେମାନଙ୍କର ୬ ସନ୍ତାନ ଅଛନ୍ତି। ନିକଟରେ ସକିଲ ବଡପୁଅର ବାହାଘର ସ୍ଥିର କରିଥିଲେ। ବଡପୁଅ ନାବାଳକ (୧୫ ବର୍ଷ) ହୋଇଥିବାରୁ ତା’ଠାରୁ ବୟସରେ ବଡ ଝିଅକୁ ବିବାହ କରିବାକୁ ଅରାଜି ହୋଇଥିଲା। ପରିବାର ଲୋକେ ମଧ୍ୟ ଏହାର ପ୍ରତିବାଦ କରିଥିଲେ। ସକିଲ ଏଥିରେ ଉତ୍କ୍ଷିପ୍ତ ହୋଇ ପୁଅ ଓ ପତ୍ନୀଙ୍କୁ ନିସ୍ତୁକ ମାଡ ମାରିଥିଲେ। ସକିଲ ଇତିମଧ୍ୟରେ ଭାବୀ ବୋହୂ ସହ ଫୋନରେ କଥାବାର୍ତ୍ତା ହୋଇ ପ୍ରେମଜାଲରେ ଫସାଇଥିଲେ। ଗତ ବୁଧବାର ସକିଲ ଏହି ଝିଅ ସହ ଫେରାର ହୋଇଥିବା ଜଣାପଡିଛି। ସକିଲ ଘରୁ ଯିବା ସମୟରେ ୨ ଲକ୍ଷ ନଗଦ ଟଙ୍କା ଏବଂ ୧୭ ଗ୍ରାମ ଓଜନର ସୁନା ନେଇ ପଳାଇଛନ୍ତି ବୋଲି ପତ୍ନୀ ଶାବନା ଥାନାରେ ଏତଲା ଦେଇଛନ୍ତି।
Powered by Froala Editor