ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ
ଆନନ୍ଦପୁର : ଘଷିପୁରା ଥାନା ରଘୁନାଥପୁର ଛକ ନିକଟରେ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗତକାଲି ତ୍ରିନାଥ ସୁଆ ସିଂ ଡୁବୁରୀ ପ୍ଲାଣ୍ଟ ରୁ ବାଇକ ନେଇ ଘରକୁ ଫେରୁଥିବାବେଳେ ଏକ ହାଇଓ୍ବା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଷତିପୂରଣ ଦାବିରେ ରଘୁନାଥପୁର ଗାଁର ଶତାଧିକ ଗ୍ରାମବାସୀ ଆଜି ରଘୁନାଥପୁର ଛକରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।
Powered by Froala Editor