ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି

ତିରୁଅନନ୍ତପୁରମ୍: କେରଳ ଉପକୂଳରେ ଜଳୁଥିବା ସିଙ୍ଗାପୁର ପତାକା ଲଗା ଜାହାଜରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଆଜି ମଧ୍ୟ ଉଦ୍ୟମ ଜାରି ରହିଛି। ଭାରତୀୟ ନୌସେନା ଜାହାଜ ଆଇଏନଏସ ସୁରତ ୧୮ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଅପରପକ୍ଷେ ୪ ଜଣ କ୍ରୁ ସଦସ୍ୟ ଏବେ ବି ନିଖୋଜ ଅଛନ୍ତି। ସୋମବାର ଜାହାଜରେ ନିଆଁ ଲାଗିଯାଇଥିଲା ଏବଂ ମଙ୍ଗଳବାର ମଧ୍ୟ ନୌସେନା ଏବଂ ତଟରକ୍ଷୀ ବାହିନୀ ଦ୍ୱାରା ମିଳିତ ଏବଂ ସମନ୍ୱିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Powered by Froala Editor