ବଡ଼ଦାଣ୍ଡରେ ବିକ୍ରି ହୋଇପାରିବନି ମଦ ଓ ଆମିଷ

ପୁରୀ ବଡ଼ଦାଣ୍ଡରେ ଆଉ ବିକ୍ରି ହେଇ ପାରିବନି ମଦ କିମ୍ୱା ଆମିଷ। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ କରାଯାଇଛି। ଏଥିସହ ଏହି ପରିସର ଭିତରେ ମଦ ଓ ଆମିଷ ବିକ୍ରି ଉପରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଯଦି କେହି ଅମାନିଆ ମଦ କିମ୍ୱା ଆମିଷ ବିକ୍ରି କରନ୍ତି ତାଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ।
ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଏଣିକି ଆଉ ପୁରୀ ଶ୍ରୀମନ୍ଦିର ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା। ସବୁ ଦିନ ପାଇଁ ଏହି ନିୟମ ଲାଗୁ ରହିବ। ଯଦି କେହି ଅମାନିଆ ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Powered by Froala Editor