ଡେପୁଟି କଲେକ୍ଟର ନିଲମ୍ବିତ

ଭବାନୀପାଟଣା: କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୦-୨୨ରେ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଦାୟିତ୍ବରେ ଶ୍ରୀ ପିଲ୍ଲା ଥିବା ବେଳେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆଜି ରାଜସ୍ବ ବିଭାଗ ତାଙ୍କୁ ନିଲମ୍ବିତ କରିଛି। ଶ୍ରୀ ପିଲ୍ଲା ଏଠାରେ ସାଧାରଣ ପ୍ରଶାସନ ଓ ବିବିଧ ଶାଖା ବିଭାଗର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି।
Powered by Froala Editor