ପୁଣି ଜବତ ହେଲା ୧୦୦କେଜି ବିସ୍ଫୋରକ

ଭୁବନେଶ୍ବର: ଝାଡଖଣ୍ଡ-ଓଡ଼ିଶା ସୀମା ବାଙ୍କୋ ଖଣି ଅଞ୍ଚଳରୁ ୪ଟନର ବିସ୍ଫୋରକ ଲୁଟ୍ ଘଟଣାରେ ପୁଣି ୧୦୦କେଜି ବିସ୍ଫୋରକ ଜବତ ହୋଇଛି । ସର୍ଚ୍ଚ ଅପରେସନ ବେଳେ ଝାଡଖଣ୍ଡ ତିରିଲିପୋଷି ଜଙ୍ଗଲରୁ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଏଯାବତ ୪ହଜାର ୪୦୦ କେଜିର ବିସ୍ଫୋରକ ଜବତ ହୋଇସାରିଲା । ବାଲି ଲୁଟ୍ ବିସ୍ଫୋରକ ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ । ସୁରକ୍ଷା କର୍ମୀଙ୍କ ୫ଜଣିଆ ଟିମ୍ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ବିସ୍ଫୋରକ ଲୁଟ ପରେ ମାଓବାଦୀ ଲୁଚାଇ ରଖିଥିବା ବିଭିନ୍ନ ଜଙ୍ଗଲରୁ ଗୋଟିଏ ଗୋଟିଏ କରି ଜବତ କରାଯାଉଛି ।
Powered by Froala Editor