ଘାସରେ ଚାଲିଲେ ମିଳେ ଅନେକ ଫାଇଦା

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଅଭ୍ୟାସକରି ପ୍ରତିଦିନ ସକାଳେ ଖାଲିପାଦରେ ଘାସରେ ଚାଲିଲେ ଅନେକ ଉପକାର ମିଳିଥାଏ। ଘାସ ଉପରେ ପଡ଼ିଥିବା କାକର ପାଦରେ ଲାଗିଲେ ମସ୍ତିଷ୍କର କାର୍ଯ୍ୟକାରୀତା ବୃଦ୍ଧି ପାଇଥାଏ। ଫଳରେ ଚିନ୍ତା ଓ ବିଚାର ଶକ୍ତି ବିକଶିତ ହୋଇପାରିଥାଏ। ଏହାଦ୍ୱାରା ଦୃଷ୍ଟିଶକ୍ତି ବଢ଼ିବା ସହିତ ପାଚନ କ୍ରିୟା ଉପରେ ସକାରାତ୍ମକ ପ୍ରଭାବ ପଡେ। ହାଇପୋଥାଲାମସ୍ ଏହାଦ୍ୱାରା ସକ୍ରିୟ ହୋଇ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ସହିତ ହରମୋନ କ୍ଷରଣକୁ ନିୟନ୍ତ୍ରିତ କରେ।
Powered by Froala Editor