ଆଜି ରାଜ୍ୟରେ ଆଉ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ । ଆଜି ରାଜ୍ୟରେ ଆଉ ୭ନୂଆ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି । ସେଥିରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୬ଜଣ, କଟକରେ ୯ଜଣ, ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ କରୋନା ଉପରମୁହାଁ ହୋଇଛି । ୫ହଜାର ୩୬୪ରେ ପହଂଚି ଆକ୍ଟିଭ କେସ୍ । ସୁସ୍ଥ ହୋଇଛନ୍ତି ୪ହଜାର ୭୨୪ଜଣ । ଗତ ୨୪ଘଣ୍ଟାରେ ୪୮୯ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି ।
Powered by Froala Editor