ଆଜି ଚାଷୀଙ୍କ ୧୨ଘଣ୍ଟିଆ ବିନିକା ବନ୍ଦ ପାଳନ
ଭୁବନେଶ୍ବର: ଚାଷୀଙ୍କ ୧୨ଘଣ୍ଟିଆ ବିନିକା ବନ୍ଦ ପାଳନ । ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଫଳରେ ରାମପୁର ସହରରେ ଦୋକାନ ବଜାର ବନ୍ଦ ରହିଛି । ବୀମା ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ବିନିକା-ବରପାଲି ମୁଖ୍ୟ ରାସ୍ତା ଅବରୋଧ ହୋଇଥିବାରୁ ଗାଡି ସବୁ ଅଟକି ରହିଛି । ଦୀର୍ଘ ଦିନ ଦାବି କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।
Powered by Froala Editor