ମୁଁ ସୁସ୍ଥ ଅଛି ମୋର ସେମିତି କିଛି ହୋଇନାହିଁ, ଏମିତି କାହିଁକି କହିଲେ ଅସୀମା ଜାଣନ୍ତୁ?

ଭୁବନେଶ୍ୱର: ମୁଁ ସୁସ୍ଥ ଅଛି ମୋର ସେମିତି କିଛି ହୋଇନାହିଁ । ଏକ ଭିଡିଓ ଜାରି କରି ଏହା କହିଛନ୍ତି ଓଡ଼ିଶାର ଲୋକପି୍ରୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଏଥିସହ ଗତକାଲିଠୁ ତାଙ୍କ ବିଷୟରେ କିଛି ୱେବସାଇଟରେ ଯେଉଁ ବିଭ୍ରାନ୍ତିକର ଖବର ପ୍ରକାଶ ପାଉଛି ତାହା ମିଛ ବୋଲି ସେ କହିଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ଗତକାଲି ଘଟିଥିବା ଦୁର୍ଘଟଣା ମୋ ଭାଇ ସହ ହୋଇଛି । ତାହା ଏକ ଛୋଟ ଦୁର୍ଘଟଣା । ସେ ସମୟରେ ମୁଁ କାରରେ ନଥିଲି । ମୋ ଭାଇର କେବଳ ହାତ ଭାଙ୍ଗିଛି । ମୁଁ ଘରେ ଅଛି ଏବଂ ଭଲ ଅଛି । କିନ୍ତୁ କିଛି ୱେବପୋର୍ଟାଲରେ ବାହାରିଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅସୀମା କହିଛନ୍ତି । ସେ କହିଛନ୍ତି ଦୁର୍ଘଟଣା କାହାକୁ ଜଣାଇ ହୁଏନି । ଗତକାଲି ମୋ ଭାଇ ଅଫିସରୁ ଫେରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲେ ।
Powered by Froala Editor