ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ସେକ୍ସନ ଅଫିସର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ୬ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସେକ୍ସନ ଅଫିସର୍ ମନୋଜ ମହାନ୍ତି । ବିଦ୍ୟୁତ ଚାଲିତ ଗାଡିର ସୁବିଧା କରାଇବା ନାଁରେ ଲାଞ୍ଚ ନେଉଥିଲେ ପୁରୀର ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର କାର୍ଯ୍ୟରତ ସେକ୍ସନ ଅଫିସର ମନୋଜ ମହାନ୍ତି । ଅଭିଯୋଗ ହେବା ପରେ ଭିଜିଲାନ୍ସ ଆଜି ତାଙ୍କୁ ଧରିଛି ।
Powered by Froala Editor