ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ

ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କରଙ୍କ କର୍କଟ ଅସ୍ତ୍ରୋପଚାର ଶେଷ ହୋଇଛି। ସ୍ୱାମୀ ସୋଏବ ଇବ୍ରାହିମ ଏକ ପୋଷ୍ଟ ସେୟାର କରି ଦୀପିକାଙ୍କ ଅସ୍ତ୍ରୋପଚାର ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦୀପିକାଙ୍କ ଅସ୍ତ୍ରୋପଚାର 14 ଘଣ୍ଟା ଧରି ଚାଲିଥିଲା। ସେ ବର୍ତ୍ତମାନ ICUରେ ଅଛନ୍ତି।
ଇବ୍ରାହିମ ପୋଷ୍ଟ ସେୟାର କରି ଲେଖିଛନ୍ତି- ସମସ୍ତଙ୍କୁ ନମସ୍କାର, ମୁଁ ଦୁଃଖିତ ଯେ ଗତକାଲି ରାତିରେ ମୁଁ ଆପଣଙ୍କୁ ଏ ଅପଡେଟ୍ ଦେଇପାରିଲି ନାହିଁ। ଏହା ଏକ ବହୁତ ଲମ୍ବା ଅସ୍ତ୍ରୋପଚାର ଥିଲା। ମୁଁ ୧୪ ଘଣ୍ଟା ଧରି ଓଟିରେ ଥିଲି। ବର୍ତ୍ତମାନ ସବୁକିଛି ଠିକ୍ ଅଛି।
ଦୀପିକା ଏବେ ଆଇସିୟୁରେ ଅଛନ୍ତି କାରଣ ସେ କିଛି ଯନ୍ତ୍ରଣା ଅନୁଭବ କରୁଛନ୍ତି କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଆପଣମାନେ ଆମ ଦୁହିଁଙ୍କୁ ଦେଇଥିବା ପ୍ରେମ, ପ୍ରାର୍ଥନା ଏବଂ ସମର୍ଥନ ପାଇଁ ହୃଦୟରରୁ ଧନ୍ୟବାଦ ଜ୍ଞାପନ କରୁଛି।
Powered by Froala Editor