ବିଜୟ ଉତ୍ସବ ପାଳନ ବେଳେ ଦଳାଚକଟା: ୧୧ ମୃତ, ୧୫୦ ଆହତ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବୁଧବାର ଦଳାଚକଟା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଗତକାଲି ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ୬ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା।
ଆଜି ବେଙ୍ଗାଲୁରୁର ଏମ ଚେନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଜିତିବା ଖୁସିରେ ସ୍ୱତନ୍ତ୍ର ଉତ୍ସବ ପାଳନ ନିମନ୍ତେ ଆରସିବି ପ୍ରଶଂସକମାନଙ୍କ ଭିଡ ଲାଗିଥିଲା। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅତ୍ୟଧିକ ଭିଡ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା। ନିଜ ନିଜ ପସନ୍ଦର ଖେଳାଳି ମାନଙ୍କୁ ଦେଖିବା ପାଇଁ ହଠାତ କିଛି ଦେଖଣାହାରୀ ଦୌଡିବା ଆରମ୍ଭ କରିବାରୁ ଅନ୍ୟ କିଛି ଲୋକ ତଳେ ପଡିଯାଇଥିଲେ ଯାହା ଫଳରେ ଦଳାଚକଟା ଘଟିଥିଲା
Powered by Froala Editor