ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ
ଭୁବନେଶ୍ବର: ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ। ତଲାସୀ ଅଭିଯାନ ସମୟରେ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷା ବାହିନୀ। ସୋମବାର ୨୯୬୦ କେଜି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ୨୭ ତାରିଖ ସକାଳରେ ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୪ ଟନ୍ରୁ ଅଧିକ ବିସ୍ଫୋରକ ଲୁଟ୍ ହୋଇଥିଲା। ଲୁଟ୍ ଘଟଣା ପାଇଁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ଭାର ଦେଶର ଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ହସ୍ତାନ୍ତର କରାଯାଇଛି। ୨୦୯ କୋବରା ବାଟାଲିୟନ, ସିଆର୍ପିଏଫ୍, ଡିଭିଏଫ୍ ଫୋର୍ସ ,ଝାଡଖଣ୍ଡ ଜାଗୁଆର ଓ ଏସଓଜି ଟିମ୍ ଲଗାତାର ଭାବେ ତଲାସୀ ଅଭିଯାନ ଚଳାଇଛନ୍ତି।
Powered by Froala Editor