ନିଖୋଜ ଇତିଶ୍ରୀ ଜେନାଙ୍କ ପରିବାର ସଦସ୍ୟ ଫେରିଲେ ଓଡ଼ିଶା

ଭୁବନେଶ୍ଵର: ସିକ୍କିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ସଦସ୍ୟ ସୋମବାର ଓଡ଼ିଶା ଫେରିଛନ୍ତି। ପରିବାରର ୪ ଜଣ ସଦସ୍ୟ ସକାଳେ ଯାଜପୁରରୋଡ ଷ୍ଟେସନରେ ପହଞ୍ଚିଛନ୍ତି। ଇତିଶ୍ରୀଙ୍କ ଦୁଇ ଭଉଣୀ ମଞ୍ଜୁଲତା ଦେଓ, ଝରଣା ମହାପାତ୍ର, ଦୁଇ ଝିଆରୀ ଜାନି ଓ ଗୁନି ଯାଜପୁରରୋଡରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେ ଦିନର ସେହି ଛାତିଥରା ଘଟଣାକୁ ସେମାନେ ବଖାଣିଛନ୍ତି। ୧୧ ଜଣ ସାଙ୍ଗ ହୋଇ ବୁଲିବାକୁ ଯାଇଥିଲୁ, ହେଲେ ଆଜି ୪ ଜଣ ଫେରିଛୁ ବୋଲି କହିଛନ୍ତି ଇତିଶ୍ରୀଙ୍କ ଦୁଇ ଭଉଣୀ।
Powered by Froala Editor