ଭାରସାମ୍ୟ ହରାଇ ଓଲଟିଲା ବସ୍

ମାଲକାନଗିରି: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଫଳରେ ବସ ତଳେ ଚାପି ହୋଇ ରହିଛନ୍ତି ୫୦ରୁ ଅଧିକ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ବିଜାଘାଟିରେ । ସୂଚନା ଅନୁସାରେ ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି ଫେରିବା ବେଳେ ବିଜାଘାଟିରେ ଯାତ୍ରୀବାହୀ ବସ୍ ଟି ଓଲଟିା ପଡିଥିଲା । ଫଳରେ ୫୦ରୁ ଅଧିକ ଯାତ୍ରୀ ବସରେ ଚାପି ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Powered by Froala Editor