ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ ଆରୋହୀ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲା ତଳସରା ଥାନା ବାଲିଶଙ୍କରା ୨୩ମାଇଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୋମବାର ସକାଳୁ ଏହି ଦୁର୍ଘଟଣା ଘଟିଥିଲା । ମୃତ ଦୁଇ ବାଇକ ଆରୋହୀ ମାଳିଡିହି ଗାଁର ହୋଇଥିବା ସୂଚନା ମିଳିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଜଣା ଗାଡିକୁ ଠାବ କରିବାକୁ ଛାନଭିନ ଆରମ୍ଭ ହୋଇଛି ।
Powered by Froala Editor