ଓମ୍ଫେଡ଼ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବଢିବ

ଜୁନ ଆରମ୍ଭରୁ ରାଜ୍ୟରେ ବଢ଼ିଲା ଓମ୍ଫେଡ୍ କ୍ଷୀର ଦାମ୍। ଏଣିକି ଲିଟର ପିଛା ୨ ଟଙ୍କା ଅଧିକ ଗଣିବେ ଗ୍ରାହକ। ପୂର୍ବରୁ ବଜାରରେ ଓମଫେଡ୍ କ୍ଷୀର(୫୦୦ ଗ୍ରାମ) ପ୍ୟାକେଟ୍ ମୂଲ୍ୟ ୨୬ ଟଙ୍କା ରହିଥିବା ବେଳେ ଏବେ ତାହା ବଢ଼ିଯିବ।
ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷରେ ରାଜ୍ୟସ୍ତରୀୟ ବିଶ୍ବ ଦୁଗ୍ଧ ଦିବସ-୨୦୨୫ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଓମଫେଡ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।
ଏଥିସହ ଓମ୍ଫେଡ଼ କ୍ଷୀର ଦାମ୍ ଲିଟର ପିଛା ୨ ଟଙ୍କା ବଢିବ। ଖାଉଟିମାନଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ଲିଟର ପ୍ରତି ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ। ତେଣୁ ଖାଉଟିଙ୍କୁ ୨ ଟଙ୍କା ଦେବାକୁ ପଡ଼ିବ। ଏହାଦ୍ବାରା ରାଜ୍ୟର ପ୍ରାୟ ୨.୫ ଲକ୍ଷ ଗୋପାଳକ ସିଧାସଳଖ ଲାଭବାନ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଓମଫେଡ୍ ବାଲ୍ଟି ଦହି, ଏ-୨ ମିଲ୍କ, ଏ-୨ ଘିଅର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Powered by Froala Editor