ଚିକିତ୍ସା ଅବହେଳାରୁ ଚାଲିଗଲା ପ୍ରସୂତି ଏବଂ ନବଜାତକର ଜୀବନ

ନୟାଗଡ଼: ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତି ଏବଂ ନବଜାତକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଉତ୍ତେଜନା ପ୍ରକାଶ ପାଇଥିଲା। ମମତା ସ୍ଵାଇଁ ନାମ୍ନୀ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ଆଣିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତା ମହିଳାଙ୍କ ପରିବାରବର୍ଗ ଏବଂ ସମ୍ପର୍କୀୟମାନେ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କ ବିରୋଧରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଥିଲେ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ସେମାନେ ଡାକ୍ତରଖାନା ପରିସରରେ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଖବର ପାଇ ନୟାଗଡ଼ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲେ। ମୃତା ମହିଳା ଏବଂ ନବଜାତକର ମୃତଦେହକୁ ପୁଲିସ ଜବତ କରି ତଦନ୍ତ କରୁଛି।
Powered by Froala Editor