ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ

ଭୁବନେଶ୍ବର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଘଟଣାଟି ରାୟଗଡ଼ା ଜିଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମ୍ମା ପଞ୍ଚାୟତ ତୁମ୍ବିତରାଇ ଗ୍ରାମର। ଶନିବାର ଏହି ପରିବାର ସଦସ୍ୟମାନେ ଛତୁ ରାନ୍ଧି ଖାଇଥିଲେ। ଏହା ପରେ ସେମାନଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ହୋଇଥିଲା। ଫଳରେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
Powered by Froala Editor