ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ନାଁ ବଦଳିବ

ଭୁବନେଶ୍ୱର : ବଦଳିବ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ନାଁ। ଏନେଇ ଶନିବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରୀ କହିଛନ୍ତି, ଓଡିଶାରେ ଓଡିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ। ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ନାଁ ପରିବର୍ତ୍ତନ ହେବ। ଏନେଇ ବିଚାର ବିମର୍ଶ ଚାଲିଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
Powered by Froala Editor