ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଟଳି ପଡିଲେ ଯୁବକ

ଭୁବନେଶ୍ଵର: ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଟଳି ପଡିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତିରେ । ଅନ୍ୟ ୭ଜଣ ଗୁରୁତର ହୋଇ ପାରଳାଖେମୁଣ୍ଡି ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ପରିସଲ ଗାଁର ସୁଲନ୍ତ ମିଶାଲା । ସୂଚନା ଅନୁଯାୟୀ ଆଜି ସକାଳୁ ଶାରୀରିକ ପରୀକ୍ଷା ପାଇଁ ରାଣିପେଣ୍ଠଠାରୁ ପଦ୍ମପୁର ଦୁଇ କି.ମି ରାସ୍ତାରେ ସକାଳୁ ଦୌଡ ପରୀକ୍ଷା ଚାଲିଥିବା ବେଳେ ଦୌଡରେ ସଫଳତା ସହ ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ହଠାତ୍ ତଳେ ପଡିଯିବା ପରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ଆଶାୟୀ ଯୁବକ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor