ରୂପେଲି ପରଦାକୁ ଆସିବେ ‘ମଧୁ ବାରିଷ୍ଟର’

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଆଧାରିତ ମଧୁ ବାରିଷ୍ଟର ଓଡ଼ିଆ ଜାତିର କର୍ଣ୍ଣଧାର ଶୀର୍ଷକ ଏକ ସିନେମା ପ୍ରସ୍ତୁତ ନେଇ ଘୋଷଣା ହୋଇଛି। ପୂର୍ବରୁ ବହିରେ ନାଟ୍ୟ ମଞ୍ଚରେ ଓ ବଡ଼ ପରଦାରେ ବିଭିନ୍ନ ଚରିତ୍ରରେ ମଧୁବାବୁଙ୍କୁ ଦେଖୁଥିବା ଦର୍ଶକ ଏଥର ବଡ଼ ପରଦାରେ ତାଙ୍କ ଜୀବନୀକୁ ଦେଖିବାରେ ସୁଯୋଗ ପାଇବେ। “ମଧୁ ବାରିଷ୍ଟର”ର କାହାଣୀ ପ୍ରିୟବ୍ରତ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେବେ ମୃତ୍ୟୁଞ୍ଜୟ ସାହୁ। ଏ ସିନେମାର ପ୍ରଯୋଜକ ରମେଶ ବାରିକ। ଆର୍ ଆର୍ ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକ୍ସନର ଏହା ୨୬ ତମ ଅବଦାନ।
ବର୍ତ୍ତମାନ ଭଲ କାହାଣୀକୁ ନେଇ ସିନେମା ନିର୍ମିତ ହେବା ଧାରା ସୃଷ୍ଟି ହୋଇଛି। ପ୍ରଯୋଜକ ରମେଶ ବାରିକ ସବୁବେଳେ ଏ କ୍ଷେତ୍ରରେ ପାଦେ ଆଗରେ ଅଛନ୍ତି। ତେବେ ଏହି ଫିଲ୍ମର ମୁଖ୍ୟ ଚରିତ୍ର ଏଯାବତ ଘୋଷିତ ହୋଇନାହିଁ।
Powered by Froala Editor