୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସାଉଥ୍ ସିନେମାର ସୁପରଷ୍ଟାର ବିଶାଲ ଏବଂ ଅଭିନେତ୍ରୀ ସାଇ ଧନଶିକା। ୪୭ ବର୍ଷୀୟ ତାମିଲ ଅଭିନେତା ବିଶାଲ ନିକଟରେ ତାଙ୍କ ବିବାହ ଘୋଷଣା କରିଛନ୍ତି। ସେ ତାଙ୍କଠାରୁ ୧୨ ବର୍ଷ ସାନ ସାଉଥ୍ର ସାଇ ଧନଶିକାଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ନିଜେ ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।
ବିଶାଲ ଏବଂ ସାଇଙ୍କ ବିବାହ ଅଗଷ୍ଟ ୨୯ ତାରିଖରେ ହେବ। ଏହି ଦିନ ବିଶାଲଙ୍କ ଜନ୍ମଦିନ । ସେଥିପାଇଁ ସେମାନେ ଏହି ଦିନଟିକୁ ସେମାନଙ୍କ ବିବାହ ପାଇଁ ବାଛିଛନ୍ତି। ବିବାହ ଘୋଷଣା ପରେ ଉଭୟଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ବିଶାଲ ଏବଂ ସାଇ ଧନଶିକା ପରସ୍ପରର ହାତ ଧରି, ଆଲିଙ୍ଗନ କରୁଥିବାର ଦେଖାଯାଉଛି। ପ୍ରଶଂସକ ଏବଂ ଅନେକ ତାରକା ତାଙ୍କୁ ଶୁଭକାମନା ଜଣାଉଛନ୍ତି।
ଦୁହେଁ ବହୁତ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ଏବେ ବିଶାଲ ନିଜେ ତାଙ୍କ ବିବାହ ତାରିଖ ଘୋଷଣା କରି ତାଙ୍କ ପ୍ରଶଂସକ ଏବଂ ବନ୍ଧୁମାନଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ ‘ଯୋଗୀ ଦା’ର ଅଡିଓ ଲଞ୍ଚ ଇଭେଣ୍ଟରେ ଏହି ଘୋଷଣା କରିଛନ୍ତି।
Powered by Froala Editor