ଚକ ଡେରା ନୀତି ପାଇଁ ଆସିଲା ଆଜ୍ଞାମାଳ
ପୁରୀ: ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ରଥଖଳା। କାରିଗର ମାନେ ରଥ ନିର୍ମାଣ କାର୍ଯ୍ୟରେ ଦିନ ରାତି ଏକ କରି ଦେଇଛନ୍ତି। ଏହି ଅବସରରେ ଆଜି ରଥ ଖଳାରେ ଚକ ଡେରା ନୀତି ପାଇଁ ଆଜ୍ଞାମାଳ ଆସିଛି। ତିନି ବାଡରୁ ପୂଜା ପଣ୍ଡା ସେବକ ମାନେ ଆଜ୍ଞାମାଳ ଆଣିଛନ୍ତି। ଆଜିର ପବିତ୍ର ଭଉଁରୀ ତିଥିରେ ଚକ-ଅଖ ଡେରା ନୀତି ସମ୍ପନ୍ନ ହେବ। ନୀତିକାନ୍ତି ଭିତରେ ନାହାକା ଚକ ସହିତ ଅଖ ଯୋଡା ଯାଇଛି। ରବିବାର ତିନି ରଥର ୧୯ଟି ଚକ ନିର୍ମାଣ ସରିଥିବା ନେଇ ସୂଚନା ରହିଛି। ଖଳାରେ ଭୂଇଁର ଚଉତା କାଠ ଓ ମୁହାଁଟ ନିର୍ମାଣ ଚାଲିଛି।
Powered by Froala Editor