ହୁତୁହୁତୁ ହୋଇ ଜଳିଲା କାର, ଜାଳିଦେଲେ ଦୁର୍ବୃତ୍ତ

ଗୋପାଳପୁର: ଗୋପାଳପୁର ଥାନା ଇଲାକାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହେବାକୁ ଲାଗିଥିବା ଦେଖିବାକୁ ମିଳିଛି। ଚୋରି, ରାହାଜାନୀ, ବୋମାମାଡ,ଗାଡ଼ି ପୋଡ଼ିବା ଆଦି ନିତିଦିନିଆ ଘଟଣା ହେବାରେ ଲାଗିଥିବା ବେଳେ ପୁଲିସ ଏସବୁ ରୋକିବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି। ପୁଣିଥରେ ରବିବାର ରାତି ପ୍ରାୟ ସାଢେ ଦୁଇଟା ବେଳେ ଘର ସମ୍ମୁଖରେ ରଖାଯାଇଥିବା ଗୋଟିଏ କାର୍କୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ ଗଞ୍ଜୁ ବ୍ରାହ୍ମଣ ସାହିରେ ରହୁଥିବା ବଳରାମ ମହାରଣା ତାଙ୍କ କାର୍କୁ ଘର ସମ୍ମୁଖରେ ପାର୍କିଂ କରିଥିଲେ। ହଠାତ୍ ରାତି ୩ଟା ବେଳେ ଘର ବାହାରେ ନିଆଁ ଦେଖି ଉଠିବା ବେଳେ କାରଟି ହୁତୁହୁତୁ ହୋଇ ଜଳୁଥିବା ଦେଖି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor