ପଇଡ଼ ତୋଳାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଯୁବକଙ୍କୁ ଘରେ ପଶି ହାଣିଲେ

ଭୁବନେଶ୍ବର: ପଇଡ଼ ତୋଳାକୁ ନେଇ ବିବାଦ ଉପୁଜିବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ପୁରୀ ବାସେଳିସାହି ଥାନା ଅନ୍ତର୍ଗମ ମଶାଣିଚଣ୍ଡୀ ସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ମଶାଣିଚଣ୍ଡୀ ସାହିର କୁନା ବେହେରା।
ସୂଚନା ଅନୁସାରେ, କୁନାଙ୍କ ଅନ୍ୟ ଜଣେ ଯୁବକଙ୍କ ସହିତ ପଇଡ଼ ତୋଳାକୁ କେନ୍ଦ୍ର କରି ବିବାଦ ହୋଇଥିଲା। କୁନା ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପଶି ତାଙ୍କୁ ହାଣିଥିଲେ। ଫଳରେ କୁନାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ବାସେଳିସାହି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଛି।
Powered by Froala Editor