ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ
ପାକିସ୍ତାନ ସହିତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ପୁଣି ସ୍ପଷ୍ଟ କରିଛନ୍ତି। ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପ୍ରକାଶ କରିଛନ୍ତି। ଚୁକ୍ତି ଅନୁସାରେ ଭାରତ ପକ୍ଷରୁ ପାକିସ୍ତାନକୁ ପାଣି ଛଡ଼ାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଅପରେସନ ‘ସିନ୍ଦୂର’ ସ୍ଥଗିତ ରହିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଛି। ହେଲେ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ ପ୍ରସଙ୍ଗରେ ପୁନର୍ବିଚାର କରିବା ଲାଗି ପାକିସ୍ତାନ ଭାରତକୁ ଅନୁରୋଧ କରିଥିବାବେଳେ ଏ ନେଇ କୌଣସି ଆଲୋଚନା ହେବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ। କାଶ୍ମୀର ଉପରେ ଆଲୋଚନା ହେବାକୁ ଥିବା ଏକମାତ୍ର ବିଷୟ POK। ପାକିସ୍ତାନ ଦ୍ବାରା କାଶ୍ମୀରରେ ଅବୈଧ ଅଧିକୃତ ଅଞ୍ଚଳ ଖାଲି କରିବା। କାଶ୍ମୀର ଆଲୋଚନା ପାଇଁ ଦ୍ବାର ଖୋଲା ଅଛି ବୋଲି ଜୟଶଙ୍କର କହିଛନ୍ତି।
ଅସ୍ତ୍ରବିରତି ଘୋଷଣା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ଉତ୍ତେଜନା ଏହି ଆଲୋଚନା ଉପରେ ନିର୍ଭର କରେ। ଏହି ସମୟରେ, ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ସହିତ ଆଲୋଚନା ସମ୍ପର୍କରେ ଭାରତର ମତ ପୁଣି ଥରେ ସ୍ପଷ୍ଟ କରିଛନ୍ତି।
Powered by Froala Editor