ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା
ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ମାପ କରାଯାଇଛି। ସୂଚନା ଅନୁଯାୟୀ, ଗୁରୁବାର ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୩.୪୬ ସମୟରେ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। କୁଲୁରୁ ଉତ୍ତର-ପୂର୍ବରେ ୧୪ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।
ତୁର୍କୀର ପିଛା ଛାଡୁନି ଭୂକମ୍ପ- ତୁର୍କୀର ଭୂମି ବାରମ୍ବାର ଥରୁଛି । କେତେବେଳେ ମୃଦୁ ଭୂମିକମ୍ପ ତ କେତେବେଳେ ଭୟଙ୍କର ବନ୍ୟା ତୁର୍କୀକୁ ଧ୍ୱଂସ କରିଦେଇଛି । ତେବେ ଆଜିର ଭୂକମ୍ପ ନେଇ କୌଣସି କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସି ନାହିଁ ।
କାରଣ ତୁର୍କୀ ଆନାଟୋଲିଆନ୍ ପ୍ଲେଟରେ ଅବସ୍ଥିତ, ଯାହା ଆଫ୍ରିକାନ୍ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଫସି ରହିଛି । ଏହି କାରଣରୁ ଏଠାରେ ପ୍ରାୟତଃ ଭୂକମ୍ପୀୟ କାର୍ଯ୍ୟକଳାପ ଘଟେ ।
ଇରାନର ସରକାରୀ ଖବର ଏଜେନ୍ସି ମେହର ଅନୁଯାୟୀ, ତୁର୍କୀର ରାଜଧାନୀ ଅଙ୍କାରାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା, କିନ୍ତୁ କୌଣସି ମୃତାହତ କିମ୍ବା ଆହତଙ୍କ ସମ୍ପର୍କରେ ତୁରନ୍ତ କୌଣସି ସୂଚନା ମିଳିନାହିଁ।
ଫେବୃଆରୀ ୨୦୨୩ରେ ତୁର୍କୀ ଏବଂ ସିରିଆରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ପ୍ରଥମ ଭୂମିକମ୍ପଟି ୭.୮ ତୀବ୍ରତାର ଥିଲା, ତା’ପରେ ଦ୍ୱିତୀୟ ଭୂମିକମ୍ପଟି ୭.୫ ତୀବ୍ରତାର ଥିଲା। ଏହା ସହିତ, ଅନେକ ଶକ୍ତିଶାଳୀ ଭୂମିକମ୍ପ ମଧ୍ୟ ଘଟିଥିଲା ଯାହା ଯୋଗୁଁ କୋଠାଗୁଡ଼ିକ ତାସ ପ୍ୟାକେଟ ପରି ଭୁଶୁଡ଼ି ପଡ଼ିଥିଲା। ଏହି ବିନାଶକାରୀ ପ୍ରଭାବରେ ତୁର୍କୀରେ 59,000 ଏବଂ ସିରିଆରେ ୮୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor