ଛାତରୁ ପଡି ଯୁବତୀ ମୃତ
ଖଣ୍ଡଗିରି : ଖଣ୍ଡଗିରି ଥାନା ଜାଗମରାସ୍ଥିତ ଏକ ଓୟୋ ହୋଟେଲ ଛାତରୁ ପଡ଼ି ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ଗୋଟାଏ ବେଳେ ଓୟୋ ହୋଟେଲ ଛାତରେ ଜଣେ ଯୁବକ ଯୁବତୀ କଥାବାର୍ତ୍ତା ହେଉଥିବା ବେଳେ ଏହି ଅଘଟଣ ଘଟିଛି। ତେବେ କେଉଁ ସ୍ଥିତିରେ ଯୁବତୀ ଛାତରୁ ପଡ଼ିଲେ ସେନେଇ ପୁଲିସ ତଦନ୍ତ ଚଳାଇଛି।
Powered by Froala Editor