ନନ୍ଦନକାନନରୁ ସବୁଦିନ ପାଇଁ ଚାଲିଗଲା ‘ଆକାଶ’

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଦୁଃଖଦ ଖବର ମିଳିଛି । ବର୍ଣ୍ଣଶଙ୍କର (ହାଇବ୍ରିଡ଼) ପ୍ରଜାତିର ସିଂହ ‘ଆକାଶ’ର ମୁତ୍ୟୁ ହୋଇଛି। ମୃତ୍ୟୁ ପରେ ଆକାଶ'ର ଶବକୁ ବ୍ୟବଚ୍ଛେଦ କରି ପୋଡି ଦିଆଯାଇଛି। ‘ଆକାଶ' ମୃତ୍ୟୁ ଫଳରେ ନନ୍ଦନକାନନର ହାଇବ୍ରିଡ଼ ସିଂହ ସଂଖ୍ୟା ୬କୁ ହ୍ରାସ ପାଇଛି।
ସୂଚନାଯୋଗ୍ୟ, ସେ କିଛି ମାସ ହେବ ବାଦ୍ଧର୍କ୍ୟଜନିତ ରୋଗରେ ପୀଡ଼ିତ ଥିଲା। ସ୍ନାୟୁଗତ ସମସ୍ୟା କାରଣରୁ ପକ୍ଷଘାତରେ ଆକ୍ରାନ୍ତ ହୋଇଥିଲା। ଅସୁସ୍ଥତା କାରଣରୁ ଆକାଶକୁ ଖାଦ୍ୟଗ୍ରହଣ କକ୍ଷ ମଧ୍ୟରେ ରଖାଯାଇ ଭିଟାମିନ ଓ ରୋଗ ପ୍ରତିରୋଧକ ଔଷଧ ଦେଇ ଚିକିତ୍ସା କରାଯାଉଥିଲା। ଧୀରେଧୀରେ ଆହର ଛାଡିବା ପରେ ମୃତ୍ୟୁବରଣ କରିଛି।
ସିଂହ ‘ଆକାଶ’କୁ ୨୦୧୪ ମସିହାରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁସ୍ଥିତ ବନେରୁଘାଟା ଚିଡ଼ିଆଖାନାରୁ ଅନ୍ୟ ତିନି ସିଂହ ନରସିଂହା, ରାଧା ଓ ରୁକ୍ମିଣୀଙ୍କ ସହିତ ଅଣାଯାଇଥିଲା। ଆସିବା ପରଠାରୁ ଆକାଶ ମିଳନରୁ କୌଣସି ସିଂହୀ ଗର୍ଭଧାରଣ କରି ନାହାଁନ୍ତି।
Powered by Froala Editor