୬ଟି ପ୍ରସ୍ତାବକୁ ମଞ୍ଜୁରୀ, ଉଚ୍ଚଶିକ୍ଷାରେ ୧୧.୨୫% ଆସନ ସଂରକ୍ଷଣ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୈଠକ ପରେ ୬ଟି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଓଡ଼ିଆ ଭାଷା ସାହିତ୍ୟ,ବିପିଇଡି, ଏମପିଇଡି ପାଇଁ ଲାଗୁ ହେବ। ଆର୍ଥିକ ଓ ସାମାଜିକ ଦୃଷ୍ଟରୁ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ ସୁବିଧା । ଉଚ୍ଚଶିକ୍ଷାରେ ନୂଆ ସଂରକ୍ଷଣ ଲାଗୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।
କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ହୋଇଛି । ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ ସୁବିଧା । ଏସସି/ଏସଟି ପାଇଁ ଯାହା ସଂରକ୍ଷଣ ଥିଲା ବଳବତ୍ତର ରହିବ । +୨ ଏବଂ +୩ ସ୍ତରରେ ଲାଗୁ ହେବ । ଏସସି -16.25 %, ଏସଟି-22.5% ସଂରକ୍ଷଣ ଲାଗୁ। ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା । ସ୍ନାତକ, ସ୍ନାତକୋତ୍ତର କ୍ଷେତ୍ରରେ ଲାଗୁ ହେବ । ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି ।
କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁ ମିଳିତ ଭାବରେ ୧ ଏପ୍ରିଲ, ୨୦୨୫ରୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଯୋଜନାକୁ MAMATA-PMMVY ଭାବରେ ନାମିତ କରାଯିବ। ଆଗରୁ ମମତା ଯୋଜନାରେ ଝିଅ ଜନ୍ମ ହେଲେ ମା’ ମାନେ ୧୦ ହଜାର ଟଙ୍କା ପାଉଥିବା ବେଳେ ଏଣିକି ଏହି ଯୋଜନାରେ ୧୨ ହଜାର ଟଙ୍କା ପାଇବେ। ଏଥିରେ ପିଭିଜିଟି ସମ୍ପ୍ରଦାୟର ମହିଳା ମାନଙ୍କୁ ପ୍ରଥମ ୨ଟି ସନ୍ତାନ ପରେ ମଧ୍ୟ ଝିଅ ଜନ୍ମ ପାଇଁ ୧୨ ହଜାର ଟଙ୍କା ଓ ପୁଅ ଜନ୍ମ ପାଇଁ ୧୦ ହଜାର ଟଙ୍କା ଦିଆଯିବ। ସେହିଭଳି ଆଗରୁ ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ପ୍ରୋତ୍ସାହନ ରାଶି ବାବଦରେ ୨୦୦ ଓ ୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୨୫୦ ଏବଂ ୧୫୦ ଟଙ୍କା ପାଇବେ। ଆସନ୍ତା ୫ ବର୍ଷରେ MAMATA-PMMVY ଯୋଜନାରେ ୨ ହଜାର ୬୭୦ କୋଟି ଟଙ୍କା ଖର୍ଚ୍ଚ ହେବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Powered by Froala Editor