ଅପହରଣ ଶିଶୁ ପୁତ୍ର ଉଦ୍ଧାର ହେଲା

ଭୁବନେଶ୍ଵର: ଶିଶୁ ପୁତ୍ରକୁ ଅପହରଣ କଲା ଧରମ ମାମୁଁ। ରାଜଧାନୀର ସହିଦ ନଗର ଅଞ୍ଚଳରୁ ଜଣେ ୪ ବର୍ଷର ଶିଶୁକୁ ତା ଧରମ ମାମୁଁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ସହିଦନଗର ଥାନା ଭୋଇ ନଗର ଅଞ୍ଚଳରେ ରାଜେଶ ମଲ୍ଲିକ, ପତ୍ନୀ ଗରିତା ସିଂ ଏବଂ ତାଙ୍କ ୪ ବର୍ଷର ପୁଅ ରୁହନ୍ତି। ଆଜି ସକାଳେ ପତ୍ନୀ ଗରିତା ସିଂଙ୍କ ଜଣେ ସମ୍ପର୍କୀୟ ଭାଈ ସୋନୁ ନାୟକ ତାଙ୍କ ଘରକୁ ଆସିଥିଲେ। ସେ କୌଣସି କାରଣକୁ ନେଇ ଗରିତାଙ୍କୁ ତାଙ୍କ ସାଙ୍ଗରେ ଯିବାକୁ କହିଥିଲେ। କିନ୍ତୁ ଗରିତା ନ ଯିବାରୁ ସେ ଉତ୍ତ୍ୟକ୍ତ ହୋଇ ତାଙ୍କର ୪ ବର୍ଷର ପୁଅକୁ ଅପହରଣ କରିନେଇଥିଲା। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଏଥିରେ ନିରାଶ ହୋଇ ଥାନାରେ ଅଭିଯୋଗ କରିଥିଲେ। ଅପହରଣ ର ୩ ଘଣ୍ଟା ଭିତରେ ପୁଲିସ୍ ଶିଶୁପୁତ୍ରକୁ ଭୁବନେଶ୍ବର ସାଲିଆସାହିରୁ ଉଦ୍ଧାର କରିଥିବା ସୂଚନା ମିଳିଛି।
Powered by Froala Editor