ଶିମିଳିପାଳରୁ ଗିରଫ ହେଲେ ୩ ଶିକାରୀ
ବାରିପଦା : ଶିମିଳିପାଳରୁ ଗିରଫ ୩ଜଣ ଶିକାରୀଙ୍କୁ ସ୍ଥାନୀୟ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଗୁରୁବାର ହାଜର କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ଉପନିର୍ଦ୍ଦେଶକ ଡ. ସମ୍ରାଟ ଗୌଡା ଏଠାରେ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ୩ଟି ଗୁଳିଭରା ସିଙ୍ଗଲ ବ୍ୟାରେଲ ବନ୍ଧୁକ ଓ ୫ଟି ଗୁଳି ସମେତ ୧୭ଟି କ୍ୟାଟ୍ରିଜ ଜବତ କରାଯାଇଛି। ଗିରଫ ୩ ଜଣ ଯାକ ବାଙ୍ଗିରିପୋଷି ଥାନା ଜୁହ ଗ୍ରାମର ଲାଚ୍ଛୁ ମୁର୍ମୁ , ମଧୁସୂଦନ ମୁର୍ମୁ ଓରଫ ରବି ଓ ଘାସିରାମ ଟୁଡୁ ଓରଫ ବାସୁ ବୋଲି ଜଣାପଡିଛି। ସେମାନଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନର ୫୯ଧାରାରେ ସଂପୃକ୍ତ ଥାନାରେ ମାମଲା ରୁଜୁ ହୋଇଥିବା ସହ ତଦନ୍ତ ଜାରି ରହିଛି।
Powered by Froala Editor