ଅପରେସନ ସିନ୍ଦୁର ପରେ ୨ ଷ୍ଟାଡିୟମ୍କୁ ବୋମା ଧମକ

ଅପରେସନ ସିନ୍ଦୂର ପରେ ଭାରତର ସବୁଠି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ଉତ୍ତେଜନା ମଧ୍ୟରେ, ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବୋମା ମାଡ଼ କରିବାର ଧମକ ମଧ୍ୟ ଆସିଛି।
ବିଶେଷ କରି ଏବେ ଆଇପିଏଲ ୨୦୨୫, ବର୍ତ୍ତମାନ ଚାଲିଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନେକ ଆଇପିଏଲ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ମଧ୍ୟରେ, ଗୁଜରାଟ କ୍ରିକେଟ୍ ଆସୋସିଏସନ୍ (GCA) କୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି। ଏହି ମେଲରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହି ଇମେଲରେ ଲେଖାଯାଇଛି, 'ଆମେ ତୁମର ଷ୍ଟାଡିୟମକୁ ଉଡ଼ାଇ ଦେବୁ'। ଏହି ଇମେଲ୍ ପାକିସ୍ତାନ ନାମରେ ଜିସିଏ ପାଖକୁ ଆସିଛି।
କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି)କୁ ବି ବୋମା ଧମକ ମିଳିଥିଲା। ସିଏବିର ଅଫିସିଆଲ୍ ଇମେଲ୍ ଆଇଡିକୁ ଏକ ଅଜଣା ଆକାଉଣ୍ଟରୁ ବୋମା ବିସ୍ଫୋରଣର ଧମକ ମିଳିଛି। ଏହି ଧମକ ପାଇବା ପରେ କୋଲକାତା ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ତୁରନ୍ତ ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ତେବେ ସମ୍ପୂର୍ଣ୍ଣ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଷ୍ଟାଡିୟମ କମ୍ପ୍ଲେକ୍ସକୁ ହାଇ ଆଲର୍ଟରେ ରଖାଯାଇଛି।
Powered by Froala Editor