‘ଜଗନ୍ନାଥ ଧାମ’ ଫଳକରୁ ହଟିଲା ଧାମ, ହେଲେ ଓ୍ବେବ୍ସାଇଟ୍ ରହିଛି

ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଛି। ପ୍ରବଳ ପ୍ରତିବାଦ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ହଟିଲା ‘ଜଗନ୍ନାଥ ଧାମ’ ହଟାଯାଇଛି । ତେବେ ଓ୍ବେବ୍ସାଇଟ୍ ରହିଥିବା ଦେଖିବାକୁ ମିଳିଛି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଭାଜପା ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ ସୂଚନା ଦେଇଛନ୍ତି।
ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ଏହାକୁ କାଢ଼ିଥିବା ସୂଚନା ମିଳିଛି। ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ‘X’ରେ ଲେଖିଛନ୍ତି। ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ବୋଲି ଅମିତ ମାଲବ୍ୟ କହିଛନ୍ତି।
ତେବେ ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ ବୋଲି କହିଥିଲେ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ବି ସବୁଠି ଅଛି । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ, ସବୁ ସ୍ଥାନରେ ଥାଏ ମଧ୍ୟ । ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହାଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ ଟାର୍ଗେଟ୍ କରିଥିଲେ ମମତା ।
Powered by Froala Editor