ପ୍ରଲୋଭନ ଦେଖାଇ ୮୦ଲକ୍ଷ ଟଙ୍କା ଠକେଇ, ଆସାମରୁ ଅଭିଯୁକ୍ତ ଗିରଫ
ମାଲକାନଗିରି: ଟ୍ରେଡିଂରେ ଟଙ୍କା ଲଗାଇବାର ପ୍ରଲୋଭନ ଦେଖାଇ ବ୍ୟବସାୟୀ ଜିତେନ୍ଦ୍ର ପାତ୍ରଙ୍କଠାରୁ ୮୦ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଦେବଜିତ ତ୍ରିପାଠୀକୁ ପୁଲିସ ଆସାମରୁ ଗିରଫ କରିଛି। ଦେବଜିତଙ୍କ ନାମରେ ମାଲକାନଗିରି ଥାନାରେ ୫ଟି ମାମଲା ରୁଜୁ ହୋଇଛି। ଆସାମର ତେଜପୁରରୁ ଅଭିଯୁକ୍ତ ଦେବଜିତକୁ ଗିରଫ କରାଯାଇଛି ବୋଲି ମାଲକାନଗିରି ପୁଲିସ ସୂଚନା ଦେଇଛି।
Powered by Froala Editor