ଶାନ୍ତି ନଗରରେ ଗୁଳିମାଡ, ଲୋକ ଭୟଭୀତ
ନୂଆପଡ଼ା: ଖଡିଆଳ ସହର ଶାନ୍ତି ନଗରରେ ଗୁଳିମାଡ । ସକାଳ ୬ଟାରେ ଗୁଳିମାଡ ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍ଥାନୀୟ ଯୁବକ ଗୌରବ ଅଗ୍ରୱାଲ । ଗୁଳି ଫୁଟିବାରୁ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ହୋଇପଡିଛନ୍ତି । ଏହି ଅଞ୍ଚଳକୁ ୩ଜଣ ବନ୍ଧୁକଧାରୀ ୩ଦିନ ଧରି ଆସୁଥିଲେ । ସେମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor