Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ...

  • ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ‘ଟ୍ରମ୍ପ ...

  • ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ...

  • ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ...

  • ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ...

  • ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ...

  • ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ...

  • ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ

  • ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ...

  • ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ...

ରାଜ୍ୟ
Home ›› ରାଜ୍ୟ ››ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗ; ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ

ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗ; ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ

2025-05-05 06:18:27
15526
Share:
Facebook
Twitter
E-Mail
WhatsApp
Telegram
ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗ; ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ

ପୁରୀ: ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ ତଥା ଜନମାନସରେ ବିଭ୍ରାନ୍ତି ସୃଷ୍ଟି ଏବଂ ଶ୍ରୀମନ୍ଦିର ଗରିମା କ୍ଷୁଣ୍ଣ ଅଭିଯୋଗରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ନୋଟିସ ପାଇବାର ୭ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ଦିଆଯାଇଛି। ଏହି ସମୟ ଭିତରେ ସନ୍ତୋଷଜନକ ଉତ୍ତର ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି। ରବିବାର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ବିବାଦୀୟ ଦଇତାପତି ନିଯୋଗ ସମ୍ପାଦକ ଶ୍ରୀ ଦାସମହାପାତ୍ର ଓ ନିଯୋଗର ସଭାପତି ଗଣେଶ୍ବର ଦାସ ମହାପାତ୍ରଙ୍କ ସହ ଦୁଇ ଘଣ୍ଟା ବୈଠକ କରି ଜେରା କରିଛନ୍ତି।

ପ୍ରକାଶ ଥାଉକି, ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ଏବଂ ଶ୍ରୀମନ୍ଦିର ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବକଳେବର ବଳକା ଦାରୁରେ ନିର୍ମିତ ମୂର୍ତ୍ତି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ଶ୍ରୀଦାସ ମହାପାତ୍ର ବଙ୍ଗୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ଅଭିଯୋଗ ହୋଇଥିଲା। ପରେ ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା ସଫେଇ ଦେଇଥିଲେ।

ନବକଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର ‘ଦାରୁଘର’ରେ ସଂରକ୍ଷିତ ରହିବା ବିଧି ଥିବା ବେଳେ ଆବଶ୍ୟକ ସମୟରେ କେବଳ ଶ୍ରୀଜୀଉଙ୍କ ବ୍ୟବହାରରେ ବିନିଯୋଗର ବିଧି ତଥା ପରମ୍ପରା ରହିଛି। ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ସେନେଇ ଅବଗତ ଥାଇ ମଧ୍ୟ ଶ୍ରୀ ଦାସମହାପାତ୍ର ଏଭଳି ବୟାନ ଦେବା ଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହୋଇଥିବା ନୋଟିସରେ କୁହାଯାଇଛି। ଦଇତାପତି ଶ୍ରୀ ଦାସମହାପାତ୍ରଙ୍କ ଦ୍ବନ୍ଦ୍ବାତ୍ମକ ବୟାନ ଅଗଣିତ ଶ୍ରୀଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅାଲୋଡ଼ନ ସୃଷ୍ଟି ସହ ତାଙ୍କ ଧାର୍ମିକ ଭାବନାରେ ଗଭୀର ଆଘାତ ଦେବା ସହ ଶ୍ରୀମନ୍ଦିରର ଗରିମା ଓ ଐତିହ୍ୟକୁ କ୍ଷୁଣ୍ଣ କରିଥିବା ନୋଟିସରେ ଦର୍ଶାଯାଇଛି।

ବିଭିନ୍ନ ପ୍ରସଙ୍ଗରେ ରବିବାର ବୈଠକରେ ଆଲୋଚନା ହୋଇଥିବାବେଳେ ଜେରା ବେଳେ ଶ୍ରୀମନ୍ଦିରରୁ ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ହୋଇ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଘଟଣା କେତେଦୂର ସତ, ଦୀଘାରେ ଜଗନ୍ନାଥ ଧାମ ଲେଖାଯାଇଥିବାବେଳେ ଏହାକୁ କାହିଁକି ବିରୋଧ କରାଗଲା ନାହିଁ ଏବଂ ଶେଷରେ ଶ୍ରୀ ଦାସମହାପାତ୍ର କାହିଁକି ଓ କେଉଁ ପରିସ୍ଥିତିରେ ଦୀଘା ଯାଇ ସେଠାରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି। ରବିବାର ବୈଠକ ଶେଷ ହୋଇଛି। ସବିଶେଷ ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଇନମନ୍ତ୍ରୀଙ୍କୁ ପ୍ରଦାନ କରିବେ। ଏହା ଉପରେ ଆଇନମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଶନିବାର ଅପରାହ୍ଣରେ ଡ. ପାଢ଼ୀଙ୍କ ଅଧ୍ୟକ୍ଷତାରେ ତିନୋଟି ପର୍ଯ୍ୟାୟରେ ବୈଠକ ହୋଇଥିଲା।

ପ୍ରକାଶ ଥାଉକି, ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ଯେତିକି ବଢୁଛି ସନ୍ଦେହ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଶ୍ରୀମନ୍ଦିରରୁ ବଳକା ଦାରୁ ନେଇ ମୂର୍ତ୍ତି ପ୍ରତିଷ୍ଠା ପ୍ରସଙ୍ଗରେ ଏକ କମିଟି ଗଠନ କରି ସତ୍ୟତା ଉନ୍ମୋଚନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଦୀଘା ମନ୍ଦିରରେ ଜଗନ୍ନାଥ ଧାମ ଲେଖିବାରୁ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ପହଞ୍ଚିଛି। ଦାରୁ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଉପସ୍ଥାପନ କରି ଦୋଷୀକୁ ଦଣ୍ଡବିଧାନ କରିବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ବୈଠକ ଏବଂ ଜେରା ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ ପରେ ଆଇନମନ୍ତ୍ରୀଙ୍କ ପଦକ୍ଷେପକୁ ଅପେକ୍ଷା ରହିଛି। ରବିବାର ଶ୍ରୀ ଦାସମହାପାତ୍ର ବିଭିନ୍ନ ପ୍ରଶ୍ନର ସାମ୍ନା କରିଥିବାବେଳେ ବୈଠକ ମଧ୍ୟରେ କାହାକୁ ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା କରୁଥିବା ଦୃଶ୍ୟକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପଟେ ବିଭିନ୍ନ ନିଯୋଗର ସଭାପତି ସମ୍ପାଦକଙ୍କୁ ଏହି ପ୍ରସଙ୍ଗରେ ମତାମତ ଦେବାକୁ ମୁଖ୍ୟ ପ୍ରଶାସକ କହିଥିବାବେଳେ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ମତାମତ ପ୍ରଦାନ କରାଯାଇଛି। ଶନିବାର ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଥାନାରେ ଏତଲା ଦେଇଥିବା ବେଳେ ରବିବାର ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିରରୁ କିପରି ମହାପ୍ରଭୁଙ୍କ ଦାରୁ କାଠ ବାହାରକୁ ଗଲା ଏବଂ ଦଇତାପତି ସେବାୟତ କାହିଁକି ମହାପ୍ରଭୁଙ୍କ ଦାରୁକୁ ପଶ୍ଚିମବଙ୍ଗର ଦୀଘାରେ ସ୍ଥାପନ କଲେ, ତାହାକୁ ବିରୋଧ କରି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗର ସମ୍ପାଦକ ଶ୍ରୀ ଦାସମହାପାତ୍ରଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଏତଲା ପ୍ରଦାନ କରାଯାଇଛି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜଗନ୍ନାଥ ସେନା। ନବକଳେବର ସମୟରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ସମୟରେ ବଳିଯାଇଥିବା ଦାରୁକୁ ପଶ୍ଚିମବଙ୍ଗ ପଠାଇବା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ଦୀଘାକୁ ଜଗନ୍ନାଥ ଧାମ ବୋଲି କୁହାଯାଉଥିବା ନେଇ ଆପତ୍ତି ଉଠାଇବା ସହ ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଲାଗି ଜଗନ୍ନାଥ ସେନା ଦାବି କରିଛି।

ରବିବାର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପାଢ଼ୀ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ,ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର,ସଭାପତି ଗଣେଶ୍ବର ଦାସ ମହାପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।

Powered by Froala Editor

Tags Digha jaganath temple case

Related articles Odisha News Lens 4.1

  • ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ଛାରଖାର
    ଦେଶ-ଦେଶାନ୍ତର

    ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ଛାରଖାର

    15571
    Sep 26, 2026
  • ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?
    ଦେଶ-ଦେଶାନ୍ତର

    ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?

    14443
    Sep 26, 2026
  • ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ପର୍ବତ ଢାଲରୁ ପ୍ରବାହିତ ହେଉଛି ବହୁ ପରିମାଣରେ ...
    ଦେଶ-ଦେଶାନ୍ତର

    ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ପର୍ବତ ଢାଲରୁ ପ୍ରବାହିତ ହେଉଛି ବହୁ ପରିମାଣରେ ...

    13576
    Sep 25, 2026
  • ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ‘ଟ୍ରମ୍ପ ଷ୍ଟ୍ରେଟ’ ନାମ ରଖିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ‘ଟ୍ରମ୍ପ ଷ୍ଟ୍ରେଟ’ ନାମ ରଖିଲେ ଟ୍ରମ୍ପ

    14837
    Sep 26, 2026
  • ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ
    ଦେଶ-ଦେଶାନ୍ତର

    ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ

    14254
    Sep 26, 2026
  • ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଅନନ୍ୟ ମିଶ୍ରଣ, ୯ ବର୍ଷରେ ୪ ହଜାର ପାଣିନି ...
    ଦେଶ-ଦେଶାନ୍ତର

    ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଅନନ୍ୟ ମିଶ୍ରଣ, ୯ ବର୍ଷରେ ୪ ହଜାର ପାଣିନି ...

    15076
    Sep 26, 2026
  •  ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ପଶ୍ଚିମବଙ୍ଗରେ ବ୍ୟୟ କରିଛି ବିଜେପି
    ଦେଶ-ଦେଶାନ୍ତର

    ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ପଶ୍ଚିମବଙ୍ଗରେ ବ୍ୟୟ କରିଛି ବିଜେପି

    14805
    Sep 25, 2026
  • ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ମାମଲା: ଟଙ୍କା ନେଇ ଜାଲ ପ୍ରମାଣପତ୍ର ...
    ଦେଶ-ଦେଶାନ୍ତର

    ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ମାମଲା: ଟଙ୍କା ନେଇ ଜାଲ ପ୍ରମାଣପତ୍ର ...

    13417
    Sep 26, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ ...
    ବାଣିଜ୍ୟ

    ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ ...

    13660
    Sep 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଅନନ୍ୟ ମିଶ୍ରଣ, ୯ ବର୍ଷରେ ୪ ହଜାର ପାଣିନି ସୂତ୍ର ମୁଖସ୍ଥ

    15076
    Sep 26, 2026
  • ଦେଶ-ଦେଶାନ୍ତର

    ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?

    14443
    Sep 26, 2026
  • ଦେଶ-ଦେଶାନ୍ତର

    ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ମିଳିଲାନି ସହମତି

    13668
    Sep 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17128
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17816
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17786
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18198
    Sep 06, 2023

ବିଶେଷ

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15632
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15194
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14571
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14809
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16439
    Sep 09, 2026

ବାଣିଜ୍ୟ

ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

ନୂଆଦିଲ୍ଲୀ: ଆକ୍ସନ ଗ୍ରୁପ୍‌ର ଏକ ଅଂଶ ତଥା କାଷ୍ଠ ଭିତ୍ତିକ ପାନେଲ୍‌ ଉତ୍ପାଦଗୁଡିକର ଏକ ଅଗ୍ରଣୀ ଉତ୍ପାଦନକାରୀ ଆକ୍ସନ ଟେସା ୨୪ ସେପ୍ଟେମ୍ବର ୨୦୨୬ ଦିନ ଭାରତର ୫୦ରୁ ଅଧିକ ସ୍ଥାନରେ ଜାତୀୟ ବଢେଇ ଦିବସ ପ ...

  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15934
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14423
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15618
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15382
    Sep 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ପର୍ବତ ଢାଲରୁ ପ୍ରବାହିତ ହେଉଛି ବହୁ ପରିମାଣରେ କାଦୁଅ ଏବଂ ଭଗ୍ନାବଶେଷ

    13576
    Sep 25, 2026
  • ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ମିଳିଲାନି ସହମତି

    13668
    Sep 26, 2026
  • ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଅନନ୍ୟ ମିଶ୍ରଣ, ୯ ବର୍ଷରେ ୪ ହଜାର ପାଣିନି ସୂତ୍ର ମୁଖସ୍ଥ

    15076
    Sep 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In