ବିଶୃଙ୍ଖଳା ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ : ପୃଥ୍ବୀରାଜ
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ‘ଦୀଘା’ ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁହଁ ଖୋଲିଛନ୍ତି।। ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଜଗନ୍ନାଥ ଧାମ କରିପାରିବ ନାହିଁ । ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ । ସେଠାରେ ଜଗନ୍ନାଥ ଧାମ କରିବାର କୌଣସି କାରଣ ନାହିଁ । ସେମାନେ ଜଗନ୍ନାଥ ଧାମ ବୋଲି କହିବାର କିଛି ଜଷ୍ଟିଫିକେସନ ବି ନାହିଁ । ପଶ୍ଚିମବଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ କ’ଣ ଘଟୁଛି ତାହା ଅଲଗା କଥା କିନ୍ତୁ ଆମ ସଂସ୍କୃତି, ଆମ ମନ୍ଦିର, ସୁରକ୍ଷା, ବ୍ୟବସ୍ଥା ସୁରକ୍ଷିତ ଅଛି ଓ ରହିବ । ସରକାରଙ୍କର ଯାହା ଦାୟିତ୍ଵ ସେ କଥା ତୁଲାଇବୁ । ମୁଖ୍ୟମନ୍ତ୍ରୀ ଆସିବା ପରେ ନିଷ୍ପତ୍ତି ହେବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଶ୍ରୀମନ୍ଦିର ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ କାର୍ଯ୍ୟାବଳୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ କହିଛନ୍ତି, ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଛତିଶାନିଯୋଗକୁ ନେଇ ମୁଖ୍ୟ ପ୍ରଶାସକ ବୈଠକ ନେଇ ସାରିଛନ୍ତି। କିଛି କଥାରେ ନିଷ୍ପତ୍ତି ହୋଇଛି। ତଦନ୍ତ ଚାଲିଛି। ଖୁବ୍ଶୀଘ୍ର ଗୋଟିଏ ନିର୍ଯ୍ୟାସରେ ପହଞ୍ଚିବ। ଆଗାମୀ ଦିନରେ ଠାକୁରଙ୍କ ରୀତିନୀତି ହେଉ କି ସେବା ଯୋଗାଇବା ହେଉ କିମ୍ବା ସେବାୟତ ମାନଙ୍କର କୌଣସି ବିଶୃଙ୍ଖଳା ନହେଉ ସେଥିପ୍ରତି ଧ୍ୟାନ ରଖାଯାଉଛି। ବିଶୃଙ୍ଖଳା ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ।
Powered by Froala Editor