ଧରାପଡ଼ିଲେ ପାକିସ୍ତାନୀ ରେଞ୍ଜର

ନୂଆଦିଲ୍ଲୀ: ସୀମା ସୁରକ୍ଷା ବାହିନୀ(ବିଏସଏଫ୍) ଯବାନମାନଙ୍କ ମଧ୍ୟରୁ ରାଜସ୍ଥାନରେ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଅଟକ ରଖାଯାଇଛି। ଭାରତ-ପାକିସ୍ତାନ ସୀମା ନିକଟରୁ ପାକିସ୍ତାନୀ ରେଞ୍ଜର ଧରାପଡ଼ିଥିବା ସୂଚନା ମିଳିଛି।
ସୀମା ସୁରକ୍ଷା ବାହିନୀ(ବିଏସଏଫ୍) ଯବାନମାନେ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଅଟକ ରଖିଛି। ପାକିସ୍ତାନ ରେଞ୍ଜରଙ୍କୁ ଅଟକ ରଖିବା ପରେ ବିଏସଏଫ୍ ରାଜସ୍ଥାନ ଫ୍ରଣ୍ଟିୟର ପଚରାଉଚରା କରୁଥିବା ଜଣାପଡ଼ିଛି। ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ଗୁପ୍ତଚରୀ କରୁଥିବା ଅଭିଯୋଗରେ ପାକିସ୍ତାନ ରେଞ୍ଜରଙ୍କୁ ଅଟକ ରଖାଯାଇଛି।
୨୩ରେ ଜଣେ ବିଏସଏଫ୍ ଯବାନଙ୍କୁ ଗିରଫ କରିଥିଲା ପାକିସ୍ତାନ। ପଞ୍ଜାବରୁ ଧରି ତାଙ୍କୁ ପାକିସ୍ତାନୀ ରେଞ୍ଜର ଏ ପର୍ଯ୍ୟନ୍ତ ଛାଡ଼ି ନାହାନ୍ତି।
Powered by Froala Editor