କୋଭାକ୍ସିନର ଶେଷ ପର୍ଯ୍ୟାୟ ଟ୍ରାଏଲ ଭଲ ଅଛି, ମିଳିପାରେ WHOର ମଞ୍ଜୁରୀ

କୋଭାକ୍ସିନ୍ ଟିକାକୁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଖୁବଶୀଘ୍ର ମଞ୍ଜୁରୀ ମିଳିପାରେ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ଼.ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି। କୋଭାକ୍ସିନର ଟ୍ରାଏଲ ଡାଟା ଭଲ ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ସ୍ୱାମୀନାଥନ । ତାଙ୍କ କହିବା ଅନୁସାରେ, କୋଭାକ୍ସିନର ଶେଷ ପର୍ଯ୍ୟାୟ ଟ୍ରାଏଲ ଭଲ ଅଛି ଓ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିରାପତ୍ତା ସମ୍ପର୍କୀୟ ମାନଦଣ୍ଡକୁ ପୂରଣ କରୁଛି । ଏହି ଟିକା ଏକାଧିକ ପ୍ରକାରର ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ। ତେବେ ଡେଲ୍ଟା ଭାରିଏଣ୍ଟ ବିରୁଦ୍ଧରେ ଏହାର ପ୍ରଭାବ ଆଶା କରାଯାଉଥିବା ଠାରୁ କମ୍ ରହିଛି। ତଥାପି ଏହା ବେଶ୍ ଭଲ ଫଳାଫଳ ଦେଉଛି।
ସ୍ୱାମୀନାଥନ ଆହୁରି କହିଛନ୍ତି, ଜରୁରୀକାଳିନ ବ୍ୟବହାର ତାଲିକାରେ ସାମିଲ ହୋଇଥିବା ସମସ୍ତ ଟିକା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ଯଥା ସମ୍ଭବ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଆମେ ଚେଷ୍ଟା ମଧ୍ୟ ଜାରି ରଖିଛୁ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଭାରତ ବାୟୋଟେକ ମଧ୍ୟରେ ଏକ ବୈଠକ ଜୁନ ୨୩ରେ ହୋଇଥିଲା ଏବଂ ଏହାର ଟ୍ରାଏଲ ଡାଟାକୁ ଏବେ ଏକତ୍ରିତ କରାଯାଉଛି । ସେ ଆହୁରି କହିଛନ୍ତି, କୋଭାକ୍ସିନର ପ୍ରଭାବ ଅଧିକ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକଙ୍କ ଏହି ମନ୍ତବ୍ୟ ପରେ କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରିି ମିଳିବା ଆଶା ଅଧିକ ହୋଇଛି ।
Powered by Froala Editor