ବଗ୍ ଖୋଜିବାକୁ ୩ ଲକ୍ଷ ଟଙ୍କା ପୁରସ୍କାର ଦେବ ଜୋମାଟୋ
ବଗ୍ ଖୋଜିବା ପାଇଁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଜୋମାଟୋ । ଜୋମାଟୋ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ୱେବସାଇଟରେ କିମ୍ବା ଏହାର ମୋବାଇଲ୍ ଆପ୍ଲିକେସନରେ ଏକ ବଗ୍ ଖଜନ୍ତି, ତେବେ ତାଙ୍କୁ ୪ ହଜାର ଡଲାର (୨.୯୯ ଲକ୍ଷ ଟଙ୍କା) ପୁରସ୍କାର ଦିଆଯିବ । ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ କହିଛନ୍ତି ଯେ ଜୋମାଟୋ ବଗ୍ ବାଉଣ୍ଟି କାର୍ଯ୍ୟକ୍ରମ ଆମର ସୁରକ୍ଷା ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଆମେ ଆଶା କରୁଛୁ ଏହି ଉନ୍ନତି ହ୍ୟାକର୍ ସମ୍ପ୍ରଦାୟକୁ ଆହୁରି ପ୍ରେରଣା ଯୋଗାଇବ । ଆମ କାର୍ଯ୍ୟକ୍ରମରେ ଆପଣଙ୍କର ଅବଦାନ ପାଇଁ ଆପଣଙ୍କୁ ଧନ୍ୟବାଦ ଏବଂ ଆମେ ଆପଣଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ । ଜୋମାଟୋ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ଜୋମାଟୋର ସିକ୍ୟୁରିଟି ଇଞ୍ଜିନିୟର ୟଶ ସୋଢା ଟ୍ୱିଟ୍ କରି ଜୋମାଟୋ ବଗ୍ ବାଉଣ୍ଟି ପ୍ରୋଗ୍ରାମ ସମ୍ପର୍କରେ ସୂଚନା ଦେଇଛନ୍ତି। ବଗ୍ ଯୋଗୁଁ କମ୍ପାନୀର ସିକ୍ୟୁରିଟିକୁ କେତେ କ୍ଷତି ହୋଇପାରେ ତାର ଯାଞ୍ଚ CVSS (Common Vulnerability Scoring System) ଅନୁଯାୟୀ କରାଯିବ। ଏହା ଆଧାରରେ ପୁରସ୍କାର ଦିଆଯିବ। CVSS ୧୦.୦ ହୋଇଥିଲେ ଖୋଜିଥିବା ବ୍ୟକ୍ତିକୁ ୪ ହଜାର ଡଲାର ପୁରସ୍କାର ଦିଆଯିବ। CVSS ବଗ ୯.୫ ଥିଲେ ୩ ହଜାର ଡଲାର ପୁରସ୍କାର ମିଳିବ। ଏଥିସହ, ଯେଉଁମାନେ କମ୍ ବିପଦପୂର୍ଣ୍ଣ ବଗ୍ ଖୋଜନ୍ତି ସେମାନଙ୍କୁ ଜେମୋଟୋ କମ୍ ଟଙ୍କା ଦେବ । ଜୋମାଟୋ ବଗ୍ ବାଉଣ୍ଟି ପ୍ରୋଗ୍ରାମରେ ସାମିଲ ହେବାକୁ ଦୁଇ ଫ୍ୟାକ୍ଟର ପ୍ରମାଣୀକିକରଣ ଆବଶ୍ୟକ।
Powered by Froala Editor