ନକଲି ସର୍ଫ କାରଖାନା ଠାବ
କଟକ: ରାଜ୍ୟରେ ନକଲି ସାମଗ୍ରୀ କାରଖାନା ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଛତୁ ଫୁଟିଲା ଭଳି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି। ନକଲି ଇଞ୍ଜିନ ଅଏଲ, ନକଲି ମଦ ପରେ ଶୁକ୍ରବାର କଟକରେ ଏକ ନକଲି ସର୍ଫ କାରଖାନା ଠାବ ହୋଇଛି। ଏଠାରେ ଭେଜାଲ ସର୍ଫ ତିଆରି ହୋଇ ଆକର୍ଷଣୀୟ ପ୍ୟାକେଜିଂ କରାଯାଇ ବଜାରକୁ ଛଡ଼ାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ କଟକ ପୁଲିସ ଏବଂ ସ୍ପେଶାଲ ସ୍କ୍ବାଡ୍ ଜଗତପୁର ଅଣ୍ଢେଇ ସାହିରେ ଚଢ଼ାଉ କରି ଏହି କାରଖାନାକୁ ଠାବ କରିଛି। ସେଠାରୁ ନକଲି ସର୍ଫ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି।
Powered by Froala Editor