ବଜ୍ରପାତରେ ଯୁବକଙ୍କର ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଜାମଟିକ୍ରା ଲରିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଦୀପକ କୁର୍ରେ ବୋଲି ଜଣାପଡିଛି।
ଗତକାଲି ସନ୍ଧ୍ୟାରେ କାଳ ବୈଶାଖୀ ର ତାଣ୍ଡବ ଲୀଳା ପରେ ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଯୁବକ ର ପରିବାର ଦୀର୍ଘ ବର୍ଷ ଧରି ଛତିଶ ଗଡ ରୁ ଆସି ବସବାସ କରୁଛନ୍ତି । ମୃତ ଦୀପକ ବାଞ୍ଜିପାଲି ରାସ୍ତାରେ ଥିବା ଏକ ମଦଭାଟିରେ କାମ କରୁଥିଲା । ଗୁରୁବାର ସନ୍ଧ୍ୟାରେ କାଳ ବୈଶାଖୀ ବର୍ଷା ହେବା ସମୟରେ ସେ କେଉଁଆଡେ ଯାଇ ନ ପାରି ସେ ମଦଭାଟି ଆଗରେ ବସିରହିଥିଲେ। ଏତିକିବେଳେ ବଜ୍ରାଘାତ ଲାଗି ସେ ହଠାତ୍ ଟଳିପଡ଼ିଥିଲେ । ବଜ୍ରାଘାତରେ ତାଙ୍କର ଡାହାଣ ହାତ ଟି ମଧ୍ୟ ପୋଡ଼ିଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor